ଓଡ଼ିଶା

ସ୍ୱାମୀଙ୍କର ମାଉସୀ ଝିଅ ଭଉଣୀ ସହିତ ଥିଲା ସମଲିଙ୍ଗୀ ସମ୍ବନ୍ଧ: ବିରୋଧ କରିବାରୁ କହିଲା ଆଇନ୍ ବନିଗଲାଣି, କ’ଣ କରିବ ମୋର?

କାନପୁର ୧୮-୯ (ଓଡ଼ିଆ ପୁଅ) ଏବେ ଆଇନ୍ ବନିଗଲାଣି, ତମ କ’ଣ କରିପାରିବ? ଏହା କହି ଜଣେ ନବବିବାହିତା ପରିବାରରେ ଖୋଲାଖୋଲି ଜବାବ ଦେଇଥିଲେ। ସେ ସ୍ୱାମୀଙ୍କର ମାଉସୀ ଝିଅ ଭଉଣୀ ସହ ସମଲିଙ୍ଗୀ ସମ୍ବନ୍ଧ ରଖୁଥିଲେ। ସୁଲଭ ଶୌଚାଳୟରେ ଦୁଇଜଣଙ୍କୁ ଆପତ୍ତି ଜନକ ସ୍ଥିତିରେ ଦେଖି ଲୋକମାନେ ସ୍ୱାମୀକୁ ସୂଚନା ଦେଲେ ତା’ପରେ ନବ ବିବାହିତାଙ୍କର ରାଗ ପଞ୍ଚମ…। ସ୍ୱାମୀ ମା’ଙ୍କ ସହିତ, ସୋମବାରଦିନ ଏସଏସପି କାର୍ଯ୍ୟାଳୟରେ ଏସପି ଗ୍ରାମୀଣଙ୍କୁ ପ୍ରାର୍ଥନାପତ୍ର ଦେଇକରି ଏହି ସମସ୍ୟାରୁ ନିବୃତ୍ତ ହେବା ପାଇଁ ଦରଖାସ୍ତ ଦେଇଛନ୍ତି।

ସୂଚନାଯୋଗ୍ୟଯେ, ମାମଲା କାନପୁର ଥାନା ସିଭିଲ ଲାଇନ୍ସ କ୍ଷେତ୍ରର ଅଟେ। ଏଠାରେ ରହୁଥିବା ଏକ ଫ୍ୟାକ୍ଟ୍ରୀ କର୍ମଚାରୀଙ୍କର ବିବାହ ପାଞ୍ଚ ମାସ ପୂର୍ବରୁ ଫତେହପୁରର ଏକ ଝିଅ ସହିତ ହୋଇଥିଲା। ବିବାହର କିଛି ଦିନ ପରେ ଯୁବତୀଙ୍କର ପଡ଼ୋଶୀ ମାଉସୀଘର ସହିତ ମିଳାମିଶା ବଢ଼ିଗଲା। ପତିଙ୍କର ଆରୋପ କି ମାଉସୀ ଝିଅ ଭଉଣୀ ଏବଂ ପତ୍ନୀ ତାଙ୍କର ଅନୁପସ୍ଥିତିରେ ଘଣ୍ଟା ଘଣ୍ଟା ରୁମ୍ ବନ୍ଦ କରି ରହୁଥିଲେ।

ଦିନେ ସ୍ୱାମୀଙ୍କର ମା’ ଦୁଇଜଣଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଲେ, ସମଲିଙ୍ଗୀ ସମ୍ବନ୍ଧର ଧ୍ୟାନ ତାଙ୍କ ମନରେ ଆସିନଥିଲା। ଅନେକ ଥର ଆପତ୍ତିଜନକ ଅବସ୍ଥାରେ ଦେଖାଯିବା ପରେ ବିରୋଧ କଲେ। ଶନିବାର ଦିନ ପତ୍ନୀ ସ୍ୱାମୀଙ୍କର ମାଉସୀ ଝିଅ ଭଉଣୀ ସହ ପଡ଼ୋଶୀ ମହିଳାମାନେ ସାର୍ବଜନିକ ଶୌଚାଳୟରେ ମଧ୍ୟ ଅଶ୍ଲୀଳ ବ୍ୟବହାର କରୁଥିବାର ଦେଖିଥିଲେ, ଏହା ପରେ ଏହି କଥା ପୂରା ଅଞ୍ଚଳରେ ବ୍ୟାପିଗଲା।

ପତ୍ନୀ ଏବଂ ମାଉସୀ ଝିଅ ଭଉଣୀକୁ ଡକାଇ ପ୍ରଶ୍ନ ପଚାରିବାରୁ ଦୁଇଜଣଙ୍କର ସମଲିଙ୍ଗୀ ସମ୍ପର୍କର ସମ୍ବନ୍ଧକୁ ସେମାନେ ସ୍ଵୀକାର କରିଥିଲେ। ଦୁଇଜଣଙ୍କୁ ସମାଜରେ ଲଜ୍ଜା ଏବଂ ଇଜ୍ଜତ ବିଷୟରେ ଅବଗତ କରାଯାଇଥିଲା, ସମାଜର ଡର ଦେଖାଯାଇଥିଲା କିନ୍ତୁ ସେମାନେ ଅଲଗା ରହିବାକୁ ପ୍ରସ୍ତୁତ ନୁହେଁ। ଓଲଟା ଆଇନ୍ ର ଧମକ ଦେଇଥିଲେ ଏବଂ କହିଥିଲେ କି ଯଦି କୌଣସି ବ୍ୟକ୍ତି ତାଙ୍କୁ ରୋକିବାକୁ ଚେଷ୍ଟା କରିବ ସେ ନିଜର ଜୀବନ ହାରିବେ ଏବଂ ସୁସାଇଡ ନୋଟ ଲେଖି ପୂରା ପରିବାରକୁ ଫସେଇ ଦେବେ ବୋଲି ଧମକୀ ଦେଇଥିଲେ।

ଏହା ପରେ ପୂରା ପରିବାର ଚିନ୍ତିତ ଅଛନ୍ତି। ଏସପି ଗ୍ରାମୀଣ ପ୍ରଦ୍ୟୁମ୍ନ ସିଂହ କହିଛନ୍ତିଯେ, ପୂରା ମାମଲାର ଜାଞ୍ଚ ଥାନା ପୁଲିସକୁ ଦିଆଯାଇଛି। ଜାଞ୍ଚ ପରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top