ଓଡ଼ିଶା

ବରସୁଆଁ ଗ୍ରାମରେ ୧୪ ଫୁଟ୍ ଲମ୍ବର ଏକ ବିରାଟ ଅଜଗର ସାପ ଉଦ୍ଧାର

ଲହୁଣୀପଡ଼ା ୧୯-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଅଧିନସ୍ଥ ବରସୁଆଁ ଗ୍ରାମର ସୀତାରାମ୍ ପ୍ରସାଦଙ୍କ ଏକ ଅବ୍ୟବହୃତ ଘର ମଧ୍ୟରୁ ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି।

ସୂଚନା ମୁତାବକ ସୀତାରାମ ପ୍ରସାଦଙ୍କ ଘରେ କାମ କରୁଥିବା ଜଣେ ଶ୍ରମିକ ଦିନ ୩ଟା ସମୟରେ ଉକ୍ତ ଘରଟିକୁ ସଫା କରୁଥିବା ବେଳେ ସାପଟିକୁ ଦେଖି ହଟାତ୍ ଡରିଯାଇଥିଲା ଓ ଲୋକଙ୍କୁ ଜଣାଇଥିଲେ। ଏହା ଦେଖି ବରସୁଆଁ ବନାଞ୍ଚଳର ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସଙ୍ଗେ ସଙ୍ଗେ ବନବିଭାଗ ତରଫରୁ ସାପ ଧରାଳୀ ଆସି ସାପଟିକୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ସାପର ଲମ୍ବ ୧୪ ଫୁଟ୍ ଥିବା ବେଳେ ପାଖାପାଖି ୨୫ କିଲୋ ଓଜନର ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ଏନେଇ ସାପଟିକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top