ଓଡ଼ିଶା

ତିନ ତଲାକ ଦେଲେ ଭୋଗିବେ ଦଣ୍ଡ, ମୋଦୀ ସରକାରଙ୍କର ଅଧ୍ୟାଦେଶକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ ୧୯-୯ (ଓଡ଼ିଆ ପୁଅ) ତିନ ତଲାକ ଦେଲେ ଭୋଗିବେ ଦଣ୍ଡ। ଏହି ଅଧ୍ୟାଦେଶରେ ମୁସ୍ଲିମ ୱୋମ୍ୟାନ ପ୍ରୋଟେକ୍ଶନ ଅଫ ରାଇଟ୍ସ ଅନ୍ ମ୍ୟାରେଜ ଆକ୍ଟ ଭାବରେ ହିଁ ପ୍ରାବଧାନ ହେବ। ଏହି ବିଲକୁ ଗତ ବର୍ଷ ଡିସେମ୍ବରରେ ଲୋକସଭାରେ ପାରିତ କରାଯାଇଥିଲା।

କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୁଧବାରଦିନ ତିନ ତଲାକକୁ ଦଣ୍ଡନୀୟ ଅପରାଧ ବନାଇବା ପାଇଁ ଥିବା ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି। ତିନ ତଲାକ ବିଲକୁ ସଂସଦର ଦୁଇଟି ସଦନରେ ପାଶ୍ କରାଇବାରେ ଅସଫଳ ରହିବାରୁ କେନ୍ଦ୍ର ସରକାର ଅଧ୍ୟାଦେଶର ରାସ୍ତା ବାଛିନେଇଛନ୍ତି। ଅବଶ୍ୟ ରାଜ୍ୟସଭାରେ ସରକାରଙ୍କ ପାଖରେ ସଂଖ୍ୟାବଳ କମ ଥିବାରୁ ସେଠାରେ ହଂଗାମା ଯୋଗୁଁ ଏହି ବିଲ ଉପରେ ତର୍କ ହୋଇପାରି ନଥିଲା।

ରାଜ୍ୟସଭାରେ ଲମ୍ବିତ ଅଛି ବିଲ
ମୋଦୀ କ୍ୟାବିନେଟ ଅବଶ୍ୟ ଅଧ୍ୟାଦେଶକୁ ମଞ୍ଜୁର କରିଛନ୍ତି। କିନ୍ତୁ ଏହାକୁ ସଂସଦରେ ପାଶ୍ କରାଇବା ସରକାରଙ୍କ ପାଇଁ ଅନିବାର୍ଯ୍ୟ ହେବ। ସୁପ୍ରୀମ କୋର୍ଟ ଜାନୁଆରି ୨୦୧୭ ରେ ନିଷ୍ପତି ଦେଇଥିଲେ କି ଅଧ୍ୟାଦେଶ ଆଣିବାର ଶକ୍ତି ଆଇନ୍ ବନାଇବା ପାଇଁ ସମାନ୍ତର ଶକ୍ତି ନୁହେଁ।

ତିନ ତଲାକ ବିଲର ରାଜ୍ୟସଭାରେ କଡ଼ା ବିରୋଧ ହୋଇଥିଲା। ବିରୋଧି ଦଳନେତାମାନେ ମାଙ୍ଗ କରିଥିଲେ କି ଏହି ବିଲର ପରୀକ୍ଷଣ ପାଇଁ ସଂସଦୀୟ ସମିତିର ନିକଟକୁ ପଠାଯିବା ଆବଶ୍ୟକ। ପ୍ରସ୍ତାବିତ ଆଇନ୍ ଉପରେ ବୃଦ୍ଧି ପାଇଥିବା ବିରୋଧକୁ ଦେଖତେ ହେଲେ କେନ୍ଦ୍ର ସରକାର ଏହି ବିଷୟ ଉପରେ ସମସ୍ତ ରାଜ୍ୟ ସରକାରଙ୍କର ରାୟ ମଧ୍ୟ ମାଗିଥିଲେ। ଅଧିକତମ ରାଜ୍ୟ ସରକାର ଏହାର ସମର୍ଥନ କରିଥିଲେ।

ଏହି ବିଲ ଅନୁଯାୟୀ ତୁରନ୍ତ ତିନ ତଲାକ (ତଲାକ-ଏ-ବିଦ୍ଦତ) କୁ ଅପରାଧ ଶ୍ରେଣୀରେ ରଖାଯାଇଥିଲା। ନିଜ ପତ୍ନୀକୁ ଏକା ଥରେ ତିନ ତଲାକ କହି ତଲାକ ଦେଉଥିବା ମୁସ୍ଲିମ ପୁରୁଷଙ୍କୁ ତିନ ବର୍ଷର କାରାଦଣ୍ଡ ହୋଇପାରେ ବୋଲି ଉଲ୍ଲେଖ ଥିଲା। ଏହି ବିଲରେ ମୁସ୍ଲିମ ମହିଳାଙ୍କୁ ଭତ୍ତା ଏବଂ ଶିଶୁଙ୍କର ପାଳନ ପାଇଁ ଖର୍ଚ୍ଚକୁ ନେଇକରି ମଧ୍ୟ ପ୍ରାବଧାନ ଥିଲା। ତା’ ଅନୁଯାୟୀ ମୌଖିକ, ଟେଲିଫୋନିକ କିମ୍ବା ଲିଖିତ କୌଣସି ମଧ୍ୟ ରୂପରେ ଏକା ଥରରେ ତିନ ତଲାକକୁ ବେଆଇନ୍ ଭାବି ଦଣ୍ଡର ପ୍ରାବଧାନ ଅଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top